ଏନଡିଆରଏଫ୍ ପକ୍ଷରୁ ବିପର୍ମୁଯ୍ୟୟ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ
1 min read

ଏନଡିଆରଏଫ୍ ପକ୍ଷରୁ ବିପର୍ମୁଯ୍ୟୟ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

ଏନଡିଆରଏଫ୍ ପକ୍ଷରୁ ବିପର୍ମୁଯ୍ୟୟ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

ଦେବଗଡ଼,(୦୫|୦୮): ଆଜି ଦେବଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏନଡିଆରଏଫ୍ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦେବଗଡ଼ ଜିଲ୍ଲା ଜରୁରୀ କାଳୀନ ବିଭାଗ ସହାୟତାରେ କଟକ ମୁଣ୍ଡୁଳି, ତୃତୀୟ ଏନଡିଆରଏଫ୍ ବାଟାଲିୟନ ପକ୍ଷରୁ ବିପର୍ଯ୍ୟୟ ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା। ବିପର୍ଯ୍ୟୟ ପରିସ୍ଥିତିରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ସେନେଇ ବିଭିନ୍ନ ରଣ କୌଶଳ ପ୍ରଦର୍ଶନ କରି ସଚେତନା କରାଯାଇଥିଲା। ବିଶେଷ କରି ସଡ଼କ ଦୁର୍ଘଟଣା, ବନ୍ୟା କିମ୍ବା ନିଆଁ ଲାଗିଥିଲେ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇପାରିବ ସେ ନେଇ ତାଲିମ ଦିଆଯାଇଥିଲା। ଆଜି ସନ୍ଧ୍ୟା ଯାଏ ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ,ଦେବଗଡ଼ ରାଜାବାସୁଦେବ ଉଚ୍ଚ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟଠାରେ ଛାତ୍ର ଛାତ୍ରୀଙ୍କୁ ସଚେତନତା କରାଯାଇଥିବା ବେଳେ ସୁଗୁଡ଼ା ଗ୍ରାମ ପଞ୍ଚାୟତରେ ଜନସାଧାରଣଙ୍କୁ ସଚେତନା କରାଯାଇଥିବା ଜଣାପଡିଛି। ଏନଡିଆରଏଫ୍ କମାଣ୍ଡ ଅଭିଜିତ ସାହୁ, ଇନ୍ସପେକ୍ଟ୍ରର ଏକ୍ସସାଇଜ ଅଭିଜିତ ଶର୍ମା ଓ ତାଙ୍କ ସହଯୋଗୀ କର୍ମଚାରୀଙ୍କ ଦ୍ଵାରା ପ୍ରଶିକ୍ଷଣ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *