ଜେଲ ଗଲେ କୋଟିପତି ଏମଭିଆଇ ଗୋଲାପ ହାଂସଦା
ଜେଲ ଗଲେ କୋଟିପତି ଏମଭିଆଇ ଗୋଲାପ ହାଂସଦା
ଆଜୀବନ ଦରମାର 600 ପ୍ରତିଶତରୁ ଅଧିକ ସମ୍ପତ୍ତି ଭିଜିଲାନ୍ସ ଦ୍ୱାରା ଠାବ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକ କାଳୀନ ୬ଟି ସ୍ଥାନରେ ହୋଇଥିଲା ରେଡ
ବାରିପଦା ତା 4/8/
ବାରିପଦାର ପ୍ରଫୁଲ୍ଲ ନଗରରେ ଥିବା ବୌଦ୍ଧ ଜିଲ୍ଲାର ମୋଟର ଯାନ ନିରୀକ୍ଷକ (ଏମଭିଆଇ) ଭାବେ କାର୍ଯ୍ୟରତ ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଆଜି ଭିଜିଲାନ୍ସ କୋର୍ଟ ଚାଲାଣ କରିଥିବାର ଜଣାଯାଇଛି. ଆୟ ବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ତରଫରୁ ଗୋଲାପ ଚନ୍ଦ୍ର ହାଂସଦାଙ୍କର ବାରିପଦା ପ୍ରଫୁଲ୍ଲ ନଗର ସ୍ଥିତ ନିଜଘର, ଭୁବନେଶ୍ୱର ଠାରେ ଝିଅ ରହୁଥିବା ଫ୍ଲାଟ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ସ୍ଥିତ ନିଜ ପୈତୃକ ଘର, ବୌଦ୍ଧ ଜିଲ୍ଲା ସ୍ଥିତ ଭଡ଼ା ଘର ଏବଂ ବୌଦ୍ଧ ଆରଟିଓ ଅଫିସ ମୋଟ 6ଟି ଠିକଣାରେ ରବିବାର ରେଡ ହୋଇଥିଲା. ତେବେ ବାରିପଦା ପ୍ରଫୁଲ୍ଲ ନଗର ମୌଜା ପ୍ଲଟ ନଂ 457, ଖାତା ନଂ 205/730ରେ ଥିବା ପ୍ରାୟ 3300 ବର୍ଗଫୁଟ ଆୟତନ ବିଶିଷ୍ଟ ଦୁଇ ମହଲା ବିଲଡିଂ, ବାରିପଦା, ବାଲେଶ୍ଵର ସହର ଏବଂ ଆଖପାଖ ଅଞ୍ଚଳରେ ମୋଟ 44ଟି ମୂଲ୍ୟବାନ ପ୍ଲଟ ନଗଦ ଟଙ୍କା, ବ୍ୟାଙ୍କ ଓ ଡାକଘର ଜମା ଏବଂ ବୀମା, ସୁନା ରୁପା ଅଳଙ୍କାର, ଶ୍ରୀ ହାଁସଦାଙ୍କ ଝିଅର ଡାକ୍ତରୀ ଶିକ୍ଷା ପାଇଁ 40 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି. ଏଥି ସହିତ ଗୋଟିଏ ହୁଣ୍ଡାଇ କ୍ରେଟା (ଚାରି ଚକିଆ) ଏବଂ 3ଟି ଦୁଇ ଚକିଆ ଗାଡ଼ି ମିଳିଥିବାର ଜଣାଯାଇଛି. ଭିଜିଲାନ୍ସ ବିଭାଗର ଆକଳନ ଅନୁଯାୟୀ ଶ୍ରୀ ହାଁସଦାଙ୍କ ନିକଟରୁ ମୋଟ ଆନୁମାନିକ 630 କୋଟି ଟଙ୍କା ମୂଲ୍ୟର ସମ୍ପତି ଠାବ ହୋଇଥିବା ବେଳେ ଏହା ତାଙ୍କ ରୋଜଗାର ର 600 ପ୍ରତିଶତରୁ ଅଧିକ ସମ୍ପତ୍ତି ବୋଲି ଭିଜିଲାନ୍ସ ଏସପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି. ଆଜି ଅପରାହ୍ନରେ ତାଙ୍କୁ ଭିଜିଲାନ୍ସ କୋର୍ଟ ଚାଲାଣ କରିଥିବା ବେଳେ ମାନ୍ୟବର ଅଦାଲତ ତାଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦେଇ ଥିବାର ଜଣାଯାଇଛି.
