ଶିମିଳିପାଳ ପେଣ୍ଟର କ୍ୟାମ୍ପ ଉଦଯାପିତ
ଶିମିଳିପାଳ ପେଣ୍ଟର କ୍ୟାମ୍ପ ଉଦଯାପିତ
ବାରିପଦା ତା 04/08/ ମୟୁରଭଞ୍ଜ ଆର୍ଟିଷ୍ଟ ଆସୋସିଏସନ ଆନୁକୂଲ୍ୟରେ ଶିମିଳିପାଳ ପେଣ୍ଟର କ୍ୟାମ୍ପ ଉଦଯାପିତ ହୋଇଯାଇଅଛି. ଶିବିରର ପ୍ରଥମ 2 ଦିନ କାକରପାଣି ସ୍ଥିତ ଶିମିଳିପାଳ ଇକୋ ରିଟ୍ରେଟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥବା ବେଳେ ଚିତ୍ରଶିଳ୍ପୀ ଚାରୁ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ବାରିପଦା ସ୍ଥିତ ଲାୟୋନ୍ସ କ୍ଳବରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସମ୍ମାନିତ ଅତିଥି ଭାବେ ଚିତ୍ରଶିଳ୍ପୀ ସ୍ୱର ବିହାରୀ ଦାସ ଏବଂ ଚିତ୍ର ଶିଳ୍ପୀ କଲ୍ୟାଣ ବାରିକ ପ୍ରମୁଖ ଯୋଗଦେଇ ଶିମିଳିପାଳକୁ ନେଇ ଚିତ୍ରକଳା ପ୍ରଦର୍ଶନି ଅନୁଷ୍ଠିତ ହୋଇଥିବାରୁ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ. ଏହି ଅବସରରେ ସର୍ବସମତି କ୍ରମେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଙ୍କୁ ମୟୁରଭଞ୍ଜ ଆର୍ଟିଷ୍ଟ ଆସୋସିଏସନର ସଭାପତି ରୂପେ ଚୟନ କରାଯାଇଥିଲା. ଶିମିଳିପାଳର କଳା ବାଘ ଶୀର୍ଷକରେ ସମସ୍ତ ଚିତ୍ରଶିଳ୍ପୀ କଳାବାଘ ପ୍ରତି ଚିନ୍ତାଧାରାକୁ କ୍ୟାନଭାସରେ ଜୀବନ୍ତ ରୂପ ଦେଇଥିଲେ. କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ରଶିଳ୍ପୀ ଅମ୍ରିତା ପଟନାୟକ, ଦିଲୀପ ସିଂ, ଦିବ୍ୟରଞ୍ଜନ ରାଉତ, ମହେନ୍ଦ୍ର ନାଥ ଦଣ୍ଡପାର୍ଟ, ମାନସ ପତି, ନିବେଦିତା ମହାନ୍ତ, ଶଶିବ ଦାସ, ସ୍ୱରୂପ କୁମାର ପଲେଇ, ସ୍ୱରୂପ ନାୟକ, ସ୍ୱୟମ ଆଦିତ୍ୟ ମହାପାତ୍ର, ଶୁଭସ୍ମିତା ଭାରତୀ ହୋତା, ଶପଥ ଦାସ, ଅମରେଶ ବଂଶୁରୀ, ହୃଦାନନ୍ଦ ପଟନାୟକ, ସୁଧା ପଟନାୟକ, ରାଜେଶ କେଶରୀ ଜେନା ପ୍ରମୁଖ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିବା ବେଳେ, ବହୁ କଳାପ୍ରେମୀ ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ.
