ବାରିପଦାରେ ଯୁଗ୍ମ ଜନ ଶୁଣାଣୀ ଶିବିର ମୋଟ ୨୬୧ଗୋଟି ଅଭିଯୋଗର ହେଲା ଶୁଣାଣି
1 min read

ବାରିପଦାରେ ଯୁଗ୍ମ ଜନ ଶୁଣାଣୀ ଶିବିର ମୋଟ ୨୬୧ଗୋଟି ଅଭିଯୋଗର ହେଲା ଶୁଣାଣି

ବାରିପଦା ତା ୦୪/୦୮/
ଆଜି ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି. ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧୀକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ସର୍ବମୋଟ ୨୬୧ଟି ଅଭିଯୋଗର ଶୁଣାଣି କରିଥିଲେ.
୨୬୧ଗୋଟି ଅଭିଯୋଗ ମଧ୍ୟରୁ ୨୩୦ଟି ବ୍ୟକ୍ତିଗତ ଏବଂ ୩୧ଗୋଟି ସାମୁହିକ ସମସ୍ୟା ଥିବା ବେଳେ ୯ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା. ଅଭିଯୋଗର ଗୁରୁତ୍ୱକୁ ବିଚାର କରି ଜିଲ୍ଲାପାଳ ୫ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫ ହଜାର ଟଙ୍କା ଏବଂ ୪ଜଣଙ୍କୁ ରେଡ କ୍ରସ ପାଣ୍ଠିରୁ ୨୫ହଜାର ଟଙ୍କା ମଂଜୁର କରିଛନ୍ତି. ଜନ ଅଭିଯୋଗ ଶୁଣାଣୀରେ ଗ୍ରହଣ ହୋଇଥିବା ଅଭିଯୋଗ ଗୁଡିକ ମଧ୍ୟରୁ 9ଟି ଅଭିଯୋଗ ର ତତ୍କାଳ ସମାଧାନ ହୋଇଥିବା ବେଳେ, ବିଭିନ୍ନ ବିଭାଗ ସମ୍ପର୍କିତ ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ ପୂର୍ବକ ବିଚାର କରି ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି.

Leave a Reply

Your email address will not be published. Required fields are marked *